Good Morning March

Good Morning March
……………………………..
As I strolled along,
The idle morning parkway
The drowsy surrounding woke up
Yawned, the surging blue mists
Posed a mystery, lurking

The desolate dew soaked meadows,
Bloomed, a faint sun sprinkling
Red vermilion on the east ,
A heady fragrance filling in
My drifting horizons

The cuckoo cooing from over a distant villa
Resonated with my nostalgic veins
Came to an abrupt halt I, proclaimed unawares,
‘Good morning March!’
©®Bishnu Charan Parida
Pic self clicked 1st March 20

Bridge of Belief

 Believing in each other grows relationship

Relationship sweetens life

If doubt creeps in,

Heart breaks

Kinship is embittered

Peace of life is marred,

Moments become futile

Heaven becomes hell

A vibrant life turns colorless

 

It is not easy to win credibility

An image of one’s own, built in society

A leader in one’s own field,

Winning trust and love

Bridge of belief connects with the universe,

Builds one’s empire,

The magic stone for perpetual happiness,

Bestows  one with crown of success and  prosperity

© Bishnu Charan Parida

Away from the daily drudgery, the din and bustle of the complicated urban life, what can be the best respite other than lying beside a calm pond with intermittent blow of gentle zephyr! Life goes on like that. You have your own quota of happiness and sorrows! Nothing to worry about! You must find time to yawn and drowse…😁

Wings

Wings

Wings brought me
Here on to my mother ‘s lap
And on my father’s arms
Smiling through the uncertain clouds
Surging across an infinite cosmos, among the giggling of stars, like you, l got born.
My parents are no more
As the wings have snatched them away,
I’ve ceased even to sob
Seeing the neighbors fire terror,
Innocent humans succumb to conspiracy among my brothers and sisters , as hatred grows
And love flees on wings.
Today, no fear alarms me, and ‘am a stubborn stone, don’t care
May it come wings of birth,
Or wings of death…. 😍(C) Bishnu Charan Parida

ଚାଲିବାକୁ ହେବ

ଚାଲିବାକୁ ହେବତ
ଅନ୍ଧାରକୁ ପଛରେ ପକେଇ,
ହେଉ ଅବା ରାସ୍ତା କୁଜ୍ଝଟିକାମୟ
ଯିବାକୁ ହେବ,
ଏଇ ଯେଉଁ ବର୍ଷାର ସଂଗୀତ
ଶୁଣି ପାରୁଛତ !

ନିରବ ବତୀ ଖୁଣ୍ଟମାନେ
ଦେଖୁଥାନ୍ତି ଆମକୁ,
ବର୍ଷାରେ ଭିଜି ଭିଜି ପାରାମାନେବି
ଉପଭୋଗ କରୁଥା’ନ୍ତି
ଏ ଗୁମ୍ ସୁମ୍ ମୁହୂର୍ତ୍ତ ସବୁ ।

ନଡ଼ିଆ ଗଛମାନେ
ମୁଣ୍ଡ ହଲଉଥା’ନ୍ତି
ହାତ ହଲଉଥା’ନ୍ତି
ସସ୍ମିତ ସ୍ବାଗତ ମୁଦ୍ରାରେ
ପବନ ସହ ଖେଳି ଖେଳି,
ସେମାନଙ୍କର ବି ତ ତର ନଥାଏ

ଚା ଆଡ୍ଡାରେ
ଲୁଙ୍ଗି ପିନ୍ଧା ଲୋକଙ୍କ ଭିଡ଼
ମୋଦି, ମମତା, କରୋନା,
ଭାକ୍ସିନ୍ ଆଦି ଶବ୍ଦରେ
ଆକାଶ ଭର୍ତ୍ତି

ପୁରା ରାସ୍ତାକୁ କବ୍ଜା
କରିଥିବା କିଛି ଶ୍ବାନ ସମୂହଙ୍କ
ଦଳବଦ୍ଧ ବିଚରଣ ଓ କଳିତକରାଳରେ
ପ୍ରକମ୍ପିତ ପ୍ରାତଭ୍ରମଣ

କେଉଁଠି ବି ଠିଆ ହେବାକୁ
ଜାଗା ଅଛିକି
କିଏ ବା ବଢ଼େଇଦେବ
ଛତାର ଛାଇ

ଏ ପିଣ୍ଡାରୁ ସେ ପିଣ୍ଡା
ବାର ପିଣ୍ଡାର ଜୀବନ, ଆସୁ ଆସୁ
ଭୁଲିଗଲି,
ଏଟି ଏମ୍ ରୁ ପଇସା ଉଠେଇବା କଥା
ଧେତ୍..
ପୁଣି ପଛକୁ ଫେରିବି କି ନା

ଠିଆ ହେଇ
ମୁହୂର୍ତ୍ତେ ନାହିଁ ଭାବିବାକୁ,
ଦୁଃଖ ଏଇଯେ,
ମୁଁ ଯଦି ନଚାଲିବି,
ମତେ ଛାଡ଼ି ଚାଲିଯିବ
ଏ ରାସ୍ତା । ❤☺😍
©®ବିଷ୍ଣୁ ଚରଣ ପରିଡା
ଯାଜପୁର ରୋଡ଼।

ଅଲୋଡ଼ା ଧର୍ମପଦ

ଅଲୋଡା ଧର୍ମପଦ
…………………
ଖଣ୍ଡ ଖଣ୍ଡ ଇଟା ଯୋଡି
ତୁମେତ ଠିଆ କରିଥିଲ ଏ ଇମାରତ,
ସଡକରେ ଯୋଡିଦେଇ ସେ ସବୁକୁ
ନାଁ ଦେଇଥିଲ ତାର,ସହର

ବର୍ଷ ବର୍ଷ ଧରି
ଭିଟାମାଟି ଭୁଲି,
ମା,ଭଉଣୀଙ୍କ ସ୍ନେହଁ, ସମ୍ପର୍କ
ଓ ସୌହାର୍ଦ୍ଦ୍ୟର ସଳିତା ଜାଳି
ଆଲୋକିତ କରିଥିଲ ରାସ୍ତାଘାଟ

ହାଡ ପରେ ହାଡ ଥୋଇ
ସୃଷ୍ଟି କରିଥିଲ ପାହାଡ
ଲହୁରୁ ଲୁହ ନିଗାଡି
ବୁହେଇ ଦେଇଥିଲ ନଈ

ନିଜ ଭୋକ ବଦଳରେ
ପେଟ ଭରି ଖୋଇଥିଲ ଏ ସହରକୁ
ନିଜ ସ୍ବପ୍ନ ବଦଳରେ
ରଙ୍ଗେଇଦେଇଥିଲ ସହରର ସରହଦ

ଏବେ ତୁମ ରାତି ସବୁ ହେଇଯାଇଛି ରାସ୍ତା
ଅନିର୍ଦ୍ଦିଷ୍ଟ, ଅପହଞ୍ଚ ସ୍ବପ୍ନର ଦିଗରେ,
ଅସହାୟ ମୁଦ୍ରାରେ,
ବୋଧେ ସବୁ ଧର୍ମପଦ ଏକାପରି
ଏମିତି, ମନ୍ଦିରର ମୁଣ୍ଡି ମାରିବା ପରେ ।
©®ବିଷ୍ଣୁ ଚରଣ ପରିଡା
ଫଟୋ: ଇଣ୍ଟରନେଟ୍

p

pphoto credit to the rightfull owner

ରଙ୍ଗ

ରଙ୍ଗ ପାଇଁ
କାଇଁ ଏତେ ଢଙ୍ଗ ହୋ
ରଙ୍ଗ ଅଛିତ ଏଠି ମାଟିରେ , ପବନରେ
ଆକାଶରେ, ସବୁ ଦିନ
ସବୁ ମୁହୁର୍ତ୍ତରେ

ଏଇ ଦେଖ ସେ
ଶୁଖିଲା କାଠରେ
କେମିତି କଅଁଳି ଉଠୁଛି ପତ୍ର
ଦେହ ସାରା ତା, ବୋଳି ହୋଇ
ରଙ୍ଗ ସବୁଜ

ଛୋଟ ଛୋଟ ରଙ୍ଗ ବେରଙ୍ଗ ବିହଙ୍ଗମ
ଡେଇଁ ବୁଲୁଛନ୍ତି ଡାଳୁ ଡାଳ,
ଦେଖ ସୂର୍ଯ୍ୟ ବୁଣିଦେଲାଣି ମୁରୁଜ,
ଗଛ ଫାଙ୍କରେ

ରାସ୍ତା ସବୁ
ଆଜି କାହିଁକି ଖୁସି ଖୁସି ଲାଗୁଛନ୍ତି,
କିଛି ସୁନ୍ଦର ଅନୁଭବରେ ମସଗୁଲ
ଘାସ ଫୁଲ ମାନେ,
କାକର ଠୋପାରେ ଖେଳୁଛି ଇନ୍ଦ୍ରଧନୁ
ସପ୍ତ ରଙ୍ଗରେ ବିଧୌତ ସମୟ

ସବୁ ଦିନର ଘଟଣ, ଅଘଟଣରେ
ସୁଖ ସହ ଫେଣ୍ଟି ହେଇ ଯାଉଥାଏ ଦୁଃଖ
ବହୁ ରଙ୍ଗୀ ଜୀବନର
ରାଗରେ, ଅନୁରାଗରେ
ପ୍ରେମରେ,
ବିରହରେ

ଏଇତ ଭୋ’ର ହେବାର ଦୃଶ୍ୟ,
କିଏ ଛୁଇଁ ଦେଉଛି ମୋ ଦେହକୁ,
ରଙ୍ଗେଇଦେଉଛି ମୋ ହୃଦକନ୍ଦର,
ଗୋଟେ ଅଜଣା ପୁଲକରେ ପବନରେ
ମତୁଆଲା ମୁହୂର୍ତ୍ତ,
ଓହୋ !
ଆଜି ପରା ହୋଲି,
ଗୋଟେ ସ୍ବତନ୍ତ୍ର ସମୟର
ଗୋଟେ ନିଆରା ଅନୁଭବ
ରଙ୍ଗର ।☺
ହୋଲିର ହାର୍ଦ୍ଦିକ ଶୁଭେଚ୍ଛା ⚘❤🙏
©®ବିଷ୍ଣୁ ଚରଣ ପରିଡ଼ା
୨୮ମାର୍ଚ୍ଚ ୨୦୨୧

ରେମାଳ ଡ୍ୟାମ୍ ରେ ଅପରାହ୍ନ


ମତେ ଜଳ ଦେଖିଲେ ଭଲ ଲାଗେ
ଏକାଥରେ ଏତେ ଜଳ,
ରେମାଳର ଜଳ !

ଜଳର ଥର ଥର ଛାତିରେ
ଆକାଶର ଗାଢ ନୀଳ ମୁହଁ,
ଆକାଶର ଗାଢ ନୀଳିମାରେ
ଅସରନ୍ତି ସ୍ବପ୍ନର ଫୁଆର !

ସ୍ବପ୍ନାୟିତ ନୀଳ ତରଙ୍ଗରେ
ମାଳ ମାଳ ପକ୍ଷୀଙ୍କ କାକଳି ,
ପ୍ରତିଧ୍ନତ ପକ୍ଷୀ କାକଳିରେ
ରଞ୍ଜିତ ସୁଦୂର ଦିଗନ୍ତ ,
ଦିଗନ୍ତର ଧାରେ ଧାରେ
ପାହାଡର ସ୍ବର !

ମାଦକୀୟ ପାହାଡ ସ୍ବରରେ
ସମୟର ଗୁପ୍ତ ନିମନ୍ତ୍ରଣ
ନିମନ୍ତ୍ରିତ କବିତା ଛନ୍ଦରେ
ମୋହାବିଷ୍ଟ ମୁହୂର୍ତ୍ତ କବିର !
©®ବିଷ୍ଣୁ ଚରଣ ପରିଡା ।
ଯାଜପୁରରୋଡ ।ସନ୍ଧ୍ୟା ୭.୪୫।
Self clicked photo
Remal dam , Bamnipal, Odisha

ରାସ୍ତା

ଗୋଟେ ରାସ୍ତା
ଆମ ଘର ପାଖରୁ
ସାଇ ଭିତରେ ଅଙ୍କା ବଙ୍କା ହେଇ
ଗାଈ ଗୋଠ, ଛେଳି ଗୋଠ ଧରି
ସକାଳୁ ସକାଳୁ ବାହାରି ଯାଏ।

ଆଉ ଗୋଟେ ରାସ୍ତା
ମତେ ବାଇକ୍ ରେ ଧରି
ଭିଡ ରେ ଛାତି ଫଟେଇ
କେଁ କାଁ ଭେଁ ଭାଁ ଭିତରେ
ବାହାରି ଯାଏ ଶିଳ୍ପାଞ୍ଚଳ କୁ।

ଜାଣୁ ଜାଣୁ ବାଁ ପଟେ କାଟି
ଗତି କରିଯାଏ ତରୁଣଟିଏ
ମୋବାଇଲ କାନ୍ଧରେ ଜାକି ,
ରସିକ ଜଣେ ପାନ କିମ୍ବା ଗୁଟଖା
ଚୋବଉ ଚୋବଉ ଥୁକ୍ କରିଦିଅନ୍ତି
ଡାହାଣ କୁ।

ଲୋକାଲ୍ ଦାଦା ଜଣେ
ଫଟାସ୍ କିନା ଆଗରେ ବୁଲାଇ..
କାଟିଦିଅନ୍ତି ସାମ୍ନାରେ।

ସବୁ ଦେଖି ରାସ୍ତା ଚୁପ୍ ଥାଏ
ଚୁପ୍ ନରହି କଣ ବା କରି ପାରେ ସେ
ତା’ ଜୀବନ ର ସାର୍ଥକତା ଖାଲି
ନିରବ ରେ ଲମ୍ବି ଯିବା ସିନା।…..😎..କ୍ରମଶଃ …

(C) Bishnu Charan Parida..
Photo clicked by self..